ପାରାଦ୍ୱୀପ , 01/09/2026, ଉତ୍କଳ voice( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
୩୧/୦୮/୨୦୨୬: ପାରାଦ୍ୱୀପ ରେ ଅନ୍ତରାଷ୍ଟ୍ରୀୟ ମାନବାଧିକାର ରକ୍ଷକ ଜଗତସିଂହପୁର ଜିଲ୍ଲା ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ସଂଗଠନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ମିନାକେତନ ପଟ୍ଟନାୟକ। ଏହି ଅବସରରେ ବ୍ରାଣ୍ଡ ଆମ୍ବାସାଡର ଶ୍ରୀ ପବନ କୁମାର ପଟ୍ଟନାୟକ ଏବଂ ରାଜ୍ୟ ମିଡିଆ ସଭାପତି-ଓଡ଼ିଶା ଶ୍ରୀ ନୃସିଂହ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ IHRD(ଅନ୍ତରାଷ୍ଟ୍ରୀୟ ମାନବାଧିକାର ରକ୍ଷକ) ଜଗତସିଂହପୁର ଜିଲ୍ଲାର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଅସହାୟ ଓ ନିର୍ଯାତିତ ଲୋକଙ୍କ ମାନବାଧିକାର ସୁରକ୍ଷା ଦିଗରେ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା। ଏହି ଅବସରରେ IHRD(ଅନ୍ତରାଷ୍ଟ୍ରୀୟ ମାନବାଧିକାର ରକ୍ଷକ) ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀ ରାକେଶ କୁମାର ପଟ୍ଟନାୟକ, ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ମମତା ସ୍ୱାଇଁ, ଜିଲ୍ଲା ମହିଳା ଉପାଧ୍ୟକ୍ଷ ଶ୍ରୀମତୀ ଅନୁସୂୟା ଲେଙ୍କାଙ୍କ ସମେତ IHRD ଜଗତସିଂହପୁର ଜିଲ୍ଲାର ସଦସ୍ୟମାନେ ଉପସ୍ଥିତ ଥିଲେ। ଜିଲ୍ଲାର ଅସହାୟ ଓ ଅବହେଳିତ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ଟିମ୍ IHRD ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।
ଶେଷରେ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ବୋର୍ଡ ସଦସ୍ୟ ଓ IHRD ଟିମ୍କୁ ଧନ୍ୟବାଦ ଜଣାଯାଇଥିଲା।