ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ଢେଙ୍କାନାଳ ପୌରପାଳିକା ପକ୍ଷରୁ ୭୫ତମ ନିଖିଳ ଭାରତ ସ୍ୱୟତ୍ତ ଶାସନ ଦିବସ ପାଳିତ

ଢେଙ୍କାନାଳ, 01/09/2026, ଉତ୍କଳ voice( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) - ତା - 31/08/2026 : ପୌରପାଳିକା ପକ୍ଷରୁ ଆଜି ପୌର କାର୍ଯ୍ୟାଳୟ ପରିସରରେ ୭୫ତମ ନିଖିଳ ଭାରତ ସ୍ୱୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।
Article Image
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଜୟନ୍ତୀ ପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଉପନଗରପାଳ ପ୍ରକାଶ କୁଁଅର ଏବଂ ପୌର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସଙ୍କ ସମେତ ପୌରପାଳିକାର ସମସ୍ତ କାଉନସିଲର, କର୍ମଚାରୀ, ସମସ୍ତ ସୁପର୍ଭାଇସର୍ ,ସ୍ୱଚ୍ଛ ସାଥୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସଫେଇ କର୍ମଚାରୀମାନେ ଉପସ୍ଥିତ ଥିଲେ।
Article Image
ପତାକା ଉତ୍ତୋଳନ ପରେ ବିଭିନ୍ନ ନାରାବାଜି ମାଧ୍ୟମରେ ଦିବସର ଉତ୍ସାହ ପ୍ରକାଶ ପାଇଥିଲା। ଏହି ଅବସରରେ ପୌରପାଳିକା ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା। ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫେଇ କର୍ମଚାରୀମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ, ଏହି ଦିବସ ପାଳନ ଅବସରରେ ପୌରପାଳିକାର କର୍ମଚାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
4