ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ସରକାରୀ ବାଲି ଲୁଟ୍ ଉଦ୍ୟମ ପଣ୍ଡ,ଅଭିଯୁକ୍ତ ଗିରଫ

ତିର୍ତ୍ତୋଲ, 01/09/2026, ଉତ୍କଳ voice( ତିର୍ତୋଲ ରୁ ସୋନାଲି ପଣ୍ଡା ଙ୍କ ରିପୋର୍ଟ ) :-
Article Image
ତା - 31/08/2026 ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ସରକାରୀ ଜବତ ବାଲିକୁ ବେଆଇନ ଭାବେ ଉଠାଇ ନେବା ଉଦ୍ୟମ ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତିର୍ତ୍ତୋଲ ଥାନାର SI ଜୟଦୀପ କୁମାର ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ତିର୍ତ୍ତୋଲ ଥାନାରେ ମାମଲା ରୁଜୁ ହୋଇଛି। ଏନେଇ ତିର୍ତ୍ତୋଲ PS Case No. 398, ତାରିଖ ୩୧.୦୮.୨୦୨୬ରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ହରିପୁର ଗ୍ରାମରେ ସୁରକ୍ଷିତ ଭାବେ ରଖାଯାଇଥିବା ସରକାରୀ ଜବତ ବାଲିକୁ କିଛି ବ୍ୟକ୍ତି ବେଆଇନ ଭାବେ ଉଠାଇ ହାଇଭା ଗାଡ଼ିରେ ଲୋଡ୍ କରୁଥିବା ନେଇ ପୁଲିସ ଖବର ପାଇଥିଲା। ଖବର ପାଇ ତିର୍ତ୍ତୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଅଭିଯୁକ୍ତମାନେ ହାଇଭା ଗାଡ଼ିରେ ବାଲି ଲୋଡ୍ କରୁଥିବା ଦେଖିବାକୁ ମିଳିଥିଲା। ପୁଲିସକୁ ଦେଖି ଗାଡ଼ିର ଡ୍ରାଇଭର ସମେତ ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ମୁନା ଓରଫ ବିବେକ ଦାସଙ୍କୁ ପୁଲିସ ଘଟଣାସ୍ଥଳରୁ କାବୁ କରିଥିଲା। ପୁଲିସ ଘଟଣାସ୍ଥଳରୁ ସରକାରୀ ଜବତ ବାଲି ବୋଝେଇ ହାଇଭା ଗାଡ଼ି ନମ୍ବର OD-21Q-4257କୁ ଜବତ କରିବା ସହ ଅଭିଯୁକ୍ତ ମୁନା ଓରଫ ବିବେକ ଦାସଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତ ମୁନା ଓରଫ ବିବେକ ଦାସ, ଚୌଧୁରୀକୁଦା ଗ୍ରାମର ବାସିନ୍ଦା ଏବଂ କୁଜଙ୍ଗ ଥାନା ଅଞ୍ଚଳର ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଆଜି ଅପରାହ୍ନ ୩ଟା ୩୦ ମିନିଟ୍ ସମୟରେ ଆଇନଗତ ପ୍ରକ୍ରିୟା ପାଳନ କରି ପୁଲିସ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ତିର୍ତ୍ତୋଲ JMFC କୋର୍ଟରେ ହାଜର କରାଯାଇଛି। ଘଟଣା ସମ୍ପର୍କରେ ତିର୍ତ୍ତୋଲ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
4