ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ଡ଼ିଙ୍କିଆ JSW କମ୍ପାନୀରେ ଚିପ୍ସ, ପଥର ଓ ପଥର ଗୁଣ୍ଡ ବିକ୍ରିକୁ ନେଇ ତେଜିଲା ଚର୍ଚ୍ଚା

ଡ଼ିଙ୍କିଆ, 01/09/2026, ଉତ୍କଳ voice( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) : ଡ଼ିଙ୍କିଆ ଅଞ୍ଚଳରେ JSW କମ୍ପାନୀକୁ ଚିପ୍ସ, ପଥର ଓ ପଥର ଗୁଣ୍ଡ ଯୋଗାଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ—ଏହି ତିନି ପଞ୍ଚାୟତର ମୁରବୀ ଓ ଯୁବବର୍ଗଙ୍କୁ ନେଇ ଗଠିତ ଆଞ୍ଚଳିକ ଉନ୍ନୟନ ପରିଷଦ ‘ଢ଼ିଙ୍କିଆଚାରିଦେଶ’ ପକ୍ଷରୁ ଏନେଇ ଏକ ପତ୍ର ଜାରି ହେବା ପରେ ମାମଲାଟି ଚର୍ଚ୍ଚାକୁ ଆସିଛି।
Article Image
ପରିଷଦର ପତ୍ରରେ ଦାବି କରାଯାଇଛି ଯେ, ୨୦୦୫ ମସିହାରୁ JSW କମ୍ପାନୀକୁ ନେଇ ଅଞ୍ଚଳରେ ବିଭିନ୍ନ ସମୟରେ ବାଧାବିଘ୍ନ, ମତପାର୍ଥକ୍ୟ ଓ ମାମଲା ଦେଖାଦେଇଛି। ଏହି ସମୟ ମଧ୍ୟରେ ଚାରିଜଣ ନିରୀହ ଲୋକଙ୍କ ଜୀବନ ଯାଇଥିବା ଏବଂ ଅନେକ ଲୋକ ଜୀବିକା ହରାଇଥିବା ପରିଷଦ ପକ୍ଷରୁ ଦାବି କରାଯାଇଛି। ଏହାରି ମଧ୍ୟରେ କମ୍ପାନୀରେ ବ୍ୟବହୃତ ଚିପ୍ସ, ପଥର ଓ ପଥର ଗୁଣ୍ଡ ସ୍ଥାନୀୟ ଲୋକଙ୍କଠାରୁ କିଣି କମ୍ପାନୀକୁ ଯୋଗାଇବା ମାଧ୍ୟମରେ ଅନେକ ପରିବାର ନିଜର ଜୀବିକା ଚଳାଇବାକୁ ଆଶା ରଖିଥିବା ପରିଷଦ କହିଛି। ତେବେ ଏହି ସାମଗ୍ରୀ ସିଧାସଳଖ କମ୍ପାନୀକୁ ବିକ୍ରି ହେଉଥିବାରୁ ପରିଷଦ ସହ ଜଡ଼ିତ କିଛି ସଦସ୍ୟଙ୍କ ଜୀବିକା ପ୍ରଭାବିତ ହେଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ପରିଷଦ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଏକ ଅନୁରୋଧ ମଧ୍ୟ କରାଯାଇଛି। ପରିଷଦର ଅନୁରୋଧ ଅନୁଯାୟୀ, ଚିପ୍ସ, ପଥର ଓ ପଥର ଗୁଣ୍ଡ ଭଳି ସାମଗ୍ରୀ ସିଧାସଳଖ JSW କମ୍ପାନୀକୁ ବିକ୍ରି ନକରି, ପରିଷଦର ସଦସ୍ୟମାନଙ୍କ ଜରିଆରେ ବିକ୍ରି କରିବାକୁ ସ୍ଥାନୀୟ ଲୋକଙ୍କୁ କୁହାଯାଇଛି। ପରିଷଦର ଏହି ପତ୍ର ପରେ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଆହୁରି ତେଜ ହୋଇଛି। ଏହି ଅନୁରୋଧକୁ ସ୍ଥାନୀୟ ଲୋକେ କିଭଳି ଗ୍ରହଣ କରୁଛନ୍ତି, ଏବଂ ଏନେଇ JSW କମ୍ପାନୀ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ଆସୁଛି କି ନାହିଁ—ସେଥିପ୍ରତି ଏବେ ସମସ୍ତଙ୍କ ନଜର। ତେବେ ପ୍ରଶ୍ନ ଉଠୁଛି—ସ୍ଥାନୀୟଙ୍କ ଜୀବିକା ଓ କମ୍ପାନୀକୁ ସାମଗ୍ରୀ ଯୋଗାଣକୁ ନେଇ ଉଠିଥିବା ଏହି ବିବାଦର ସମାଧାନ କେବେ ହେବ? ଆଗାମୀ ଦିନରେ ଏହାକୁ ନେଇ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ନଜର।
4